( ପାଳଲହଡା / ହରିଶ ଚନ୍ଦ୍ର ଦାସ ): ଆଜି ଦିନିକିଆ ଅନୁଗୁଳ ଗସ୍ତ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାଲଲହଡାର ଝିମିରିପାଲି ଷ୍ଟାଡିୟମରେ କେନ୍ଦ୍ରମନ୍ତ୍ରୀ ଓହ୍ଲାଇ ନିଜ ସମର୍ଥକଙ୍କ ସହ ଯାଇ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ଏହାପରେ ପାଲଲହଡା ଷ୍ଟାଡିୟଠାରେ ଏକ ବିରାଟ ସାଧରଣ ସଭାରେ ଯୋଗଦେଇ ଉଦବୋଧନ ଦେଇଥିଲେ ।