ବିଲ ଭିତରେ ପଡିଛି ଗଳିତ ଶବ

ଗୋପ/ଜୟନ୍ତ ସେଠୀ: ବିଲ ଭିତରେ ପଡିଛି ମୃତଦେହ। ପୁରୀ ସଦର ଥାନା ଅଧୀନ ପାଇକ ସାହି ଅଞ୍ଚଳରେ ଦେଖିବାକୁ ମିଳିଛି ଜଣେ ଅଜଣା ବ୍ୟକ୍ତିର ଗଳିତ ଶବ। ପ୍ରଥମେ ସ୍ଥାନୀୟ ଲୋକେ ଏହି ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁରୀ ସଦର ଓ ଚନ୍ଦନପୁର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ସେ ନେଇ ପୋଲିସ ଅନୁସନ୍ଧାନ ଚଳାଇଛି। ତେବେ ବିଲ ଭିତରେ ଏହି ବ୍ୟକ୍ତିଙ୍କୁ ହତ୍ୟା କରି କେହି ଫିଙ୍ଗିଦେଇଥିବା ସାଧାରଣରେ ସନ୍ଦେହ ହେଉଛି। ସେପଟେ ଏହା ହତ୍ୟା ନା ଅନ୍ୟକିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।