( ଆଦର୍ଶ ରାଉତ): ବିଶାଖାପାଟଣା ରେଳଷ୍ଟେସନରୁ ୩କିଲୋ ୩ଶହ ୧୪ଗ୍ରାମର ସୁନା ଜବତ। ଅଭିନବ ଉପାୟରେ ସୁନା ଚାଲାଣ କରୁଥିବା ସୁନାକୁ ଜବତ କରିଛି ବିଶାଖାପାଟଣା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶକ। ଜବତ ସୁନାର ମୂଲ୍ୟ ଏକକୋଟି ୮ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ୨ଜଣ ସନ୍ଦିଗ୍ଧ ଗୌହାଟି-ସିକନ୍ଦରାବାଦ ଏକ୍ସପ୍ରେସରେ ସିକନ୍ଦରାବାଦ ଯାଉଥିବା ବେଳେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଗୁଇନ୍ଦା ବିଭାଗ ରେଳରେ ସେମାନଙ୍କୁ ଧରିଥିଲା। ବାନିୟନରେ ପକେଟ କରି ସେଥିରେ ବିସ୍କୁଟ ଆକାରରେ ସୁନା ନେଉଥିଲେ ୨ସନ୍ଦିଗ୍ଧ। ତଦନ୍ତ ପରେ ମିଆଁମାରରୁ ଭାରତ ସୁନା ଚାଲାଣ ହେଉଥିବା ଜଣାପଡ଼ିଛି। ଏହା ପରେ ସିକନ୍ଦରାବାଦରେ ହସ୍ତାନ୍ତର ହୋଇଥାନ୍ତା। ୨ଜଣଙ୍କ ଠାରୁ ସୁନା ଚାଲାଣ ନେଇ କୌଣସି ବୈଧ କାଗଜପତ୍ର କିମ୍ବା ସୁନା କିଣାର କୌଣସି ରସିଦ ନମିଳିବାରୁ ସେମାନଙ୍କୁ ଗିରଫ କରାଯାଇଛି। ଚୋରାଚାଲାଣର ମାଷ୍ଟର ମାଇଣ୍ଡ ମଧ୍ୟ ଗିରଫ ହୋଇଛି। ସୁନା ରାକେଟର ଛାନଭିନ ପାଇଁ ତଦନ୍ତ ଜାରି ରହିଛି।