ବିଷମକଟକ ବସଷ୍ଟାଣ୍ଡରେ ୪ ବସରେ ନିଆଁ

0

ରାୟଗଡା : ବସ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସଷ୍ଟାଣ୍ଡରେ ଜଳିଗଲା ବସ । ରାୟଗଡା ଜିଲ୍ଲା ବିଷମକଟକ ବସ ଷ୍ଟାଣ୍ଡରେ ୪ ଗୋଟି ବେସରକାରୀ ବସ ରେ ନିଆଁ ଲିଗିଛି । ନିଆଁ କେମିତି ଲାଗିଛି ତାହାର କାରଣ ଜଣ ପଡିନାହିଁ । ନିଆଁ ଲାଗିଥିବା ୪ ଗୋଟି ବସ ବେଦମାତା ବୋଲି ଜଣା ପଡିଛି । ସମସ୍ତ ବସର ମାଲିକ କିରଣ କୁମାର ସାହୁ । ସେଠାରେ ଥିବା ଅନ୍ୟ ଦୁଇ ଗୋଟି ସୀତାରାମ ବସକୁ ସ୍ଥାନୀୟ ଲୋକ ଯେମୌଣସି ମତେ ସେଠାରୁ ବାହାର କରିବାରେ ସକ୍ଷମ ହୋଇଛି । ପ୍ରବଳ ଖରା ଯୋଗୁଁ ବସରେ ନିଆଁ ଲାଗିଥିବା ଜଣା ପଡିଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ନିଆଁ ଲିଭିବା ନା ଧରୁନି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ତେବେ ବସରେ କୌଣସି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନଥିବା କୁହାଯାଉଛି ।