ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0

ହିଂଜିଳି କାଟୁ / ରଜନୀ କାନ୍ତ ପାତ୍ର: ପୋଡ଼ଙ୍ଗୀ ବିକାଶ ମଞ୍ଚ ଓ ପଲ୍ଲିବିକାଶ ପୋଡ଼ଙ୍ଗୀ ଅନୁକୂଲ୍ୟାରେ ବ୍ୟାପକ ବୃକ୍ଷରୋପଣ କାର୍ୟ୍ୟକ୍ରମ ଆୟୋଜନ କରାଯାଇଛିଫ ଉକ୍ତ କାର୍ୟ୍ୟକ୍ରମରେ ହିଞ୍ଜିଳିକାଟୁ ବ୍ଲକ ଅଧକ୍ଷ ଏନ ରଘୁନାଥ ଓ ଲୋକମିତ୍ର ସମାଜ ସେବି ରାକେଶ ରଥ ଜୋଗଦେଇ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ ଫ ପୋଡ଼ଙ୍ଗୀ ଗ୍ରାମର ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ଔଷଧିଯ ବୃକ୍ଷ ଯଥା ବେଲ , ନିମ୍ବ, ଗଞ୍ଜଶିଉଳି, ଅର୍ଜୁନ, ବାହାଡା ବୃକ୍ଷ ରୋପଣ କରାଯାଇଥିଲା ଫ ପ୍ରକୃତିର ସୁରକ୍ଷା ଓ ସବୁଜ ସୁନ୍ଦର ନିମନ୍ତେ ସ୍ଵେଛାସେବୀ ସଂଗଠନ ପ୍ରାୟ ୨୨ ବର୍ଷ ଧରି ଚେଷ୍ଟା ଜାରି ରଖିଛି ଜ୍ଝ ଉକ୍ତ କାର୍ୟ୍ୟକ୍ରମରେ ପଲ୍ଲିବିକାଶର କୋଷାଧକ୍ଷ ଆଲୋକ କୁମାର ନାୟକ ପରିଚାଳନା କରିଥିବା ସହ ସଂଯୋଜକ ଚିନ୍ତାମଣି ବେହେରା , ପୋଡ଼ଙ୍ଗୀ ବିକାଶ ମଞ୍ଚର ସଦସ୍ୟ ପ୍ରଶାନ୍ତ ପାଣିଗ୍ରାହି , ନାରାୟଣ ଗୌଡ଼ ଏବଂ ପଲ୍ଲିବିକାଶର ସଦସ୍ୟ କାଁହୁଚରଣ ବେହେରା, ଆଶିଷ ପଣ୍ଡା, ବଳରାମ ଗୌଡ଼, ଅମନ ଗୌଡ଼, କିରଣ ବେହେରା, ବାବୁ ବେହେରା, ଦୀପକ ଗୌଡ଼, ବିଚିତ୍ର ବେହେରା, ପର୍ଶୁରାମ ସାହୁ ସହଭାଗିତା କରିଥିଲେ ।