ନୂଆଦିଲ୍ଲୀ: ଶୁକ୍ରବାର ଦିନ ୯୫ ଯାତ୍ରୀଙ୍କୁ ନେଇ ଯାଉଥିବା ବେକ୍ ଏୟାର୍ର ଏକ ବିମାନ କାଜାକ୍ସ୍ତାନର ଅଲ୍ମାଟି ବିମାନ ବନ୍ଦର ନିକଟରେ ତଳକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।
ସ୍ଥାନୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଦେଇଥିବା ସୂଚନା ମୁତାବକ, ସକାଳ ୭: ୨୨ ସମୟରେ ଅଲ୍ମାଟି ଆନ୍ତର୍ଜାତିକ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ସମୟରେ ଉକ୍ତ ଯାତ୍ରୀବାହୀ ବିମାନଟି ତଳକୁ ଖସି ଗୋଟାଏ ଘର ଉପରେ ଖସିପଡ଼ିଥିଲା। ପାଞ୍ଚ ଜଣ କ୍ରୁ’ ମେମ୍ବର୍ଙ୍କ ସହ ସେ ବିମାନରେ ୯୫ ଜଣ ଯାତ୍ରୀ ଥିଲେ।
ଏହି ବିବୃତିରେ ଆହୁରି କୁହାଯାଇଛି, ଏବେ ମୃତ୍ୟୁସଂଖ୍ୟା ୭। ବିମାନ ମଧ୍ୟରେ ରହିଥିବା ଅନ୍ୟ ଯାତ୍ରୀମାନଙ୍କୁ ବାହାର କରିବାକୁ ଘଟଣାସ୍ଥଳରେ ଜରୁରୀକାଳୀନ ସେବା ଜାରି ରହିଛି।