ବେଗୁସରାଇ ଆସନରୁ ସିପିଆଇ ଟିକେଟରେ ଲଢିବେ କହ୍ନେୟା

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ସଂଘର ପୂର୍ବତନ ନେତା ତଥା ଫାୟାରବ୍ରାଣ୍ଡ ଛାତ୍ର ନେତା କହ୍ନେୟା କୁମାର ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଉଛନ୍ତି । ସେ ସିପିଆଇ ଟିକେଟରେ ବିହାରର ବେଗୁସରାଇ ଲୋକସଭା ଆସନରୁ ନିର୍ବାଚନ ଲଢିବେ ।
ସୂଚନାଯୋଗ୍ୟ, ଜେଏନୟୁ ଛାତ୍ର ସଂସଦ ନେତା ଥିବା ସମୟରେ ଭାରତ ବିରୋଧୀ ନାରା ଦେଇ ସେ ଚର୍ଚ୍ଚାକୁ ଆସିଥିଲେ । ଏହାପରେ ତାଙ୍କ ବିଚାରଧାରାରେ ପ୍ରଭାବିତ ହୋଇ ସିପିଆଇ ତାଙ୍କୁ ଦଳରେ ସାମିଲ କରିବାକୁ ପ୍ରୟାସ ଜାରି ରଖିଥିଲା ।