ବେବିନା ପରିବାରକୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ

0

( ଜୟନ୍ତ କୁମାର ସେଠୀ): ବେବିନାର ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ବେବିନା ପରିବାରକୁ ଭେଟି ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଯଦି ସଠିକ୍ ତଦନ୍ତ କରିଥାନ୍ତା ତେବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି କହିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ଏହି ଦଳିତ ପରିବାର ପ୍ରସଙ୍ଗ ଉଠାଇ ଥିଲେ । ଯଦି ନବୀନବାବୁଙ୍କର ନୈତିକତା ଅଛି ତେବେ ଏହାର ତଦନ୍ତ ଦାୟିତ୍ଵ ସିବିଅ।ଇ କୁ ଦିଅନ୍ତୁ ବୋଲି କହିବା ସହିତ ଏହି ଦାବୀ କୈାଣସି ବିରୋଧୀ ଦଳର ନୁହେଁ ବେବିନା ପରିବାରର ବୋଲି କହିଛନ୍ତି । ସେପଟେ ରାଜ୍ୟ ସରକାରଙ୍କର ମନ୍ତ୍ରୀ ଏଭଳି ଘଟଣାରେ ବାହାସ୍ପଟ ମାରି କଟା ଘାରେ ଚୂନ ଦେଉଛନ୍ତି । ସେପଟେ ମୁଁ ପ୍ରଧାନମନ୍ତ୍ରୀଙ୍କ ବାର୍ତା ନେଇ ଅ।ସିଥିଲି ଅ।ମ୍ଭେ ଏ ପରିବାର ସାଙ୍ଗରେ ଅଛୁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।