(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ମାତା ବୈଷ୍ଣୋ ଦେବୀ ପୀଠ ନକଟସ୍ଥ କଟ୍ରା ରେଳ ଷ୍ଟେସନରେ ଆଜି ପ୍ରତ୍ୟୁଷରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଠାବ କରାଯିବା ପରେ କଟରା ସମେତ ବୈଷ୍ଣୋ ଦେବୀ ପୀଠରେ ଜାମ୍ମୁ- କାଶ୍ମୀର ପ୍ରଶାସନ ହାଇ ଆଲର୍ଟ ଜାରି କରିଛି। ଏଥିସହ ଠାବ କରା ଯାଇଥିବା ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଖୋଜି ବାହାର କରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି।
ମାତା ବୈଷ୍ଣୋ ଦେବୀ ପୀଠରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ପୀଠକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇ ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରାଯାଉଛି। ଏଥିସହ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳରେ ପାଟ୍ରୋଲିଂକୁ ବଢ଼ାଇ ଦିଆଯିବା ସହ ଆକାଶ ମାର୍ଗରୁ ମଧ୍ୟ ପୀଠ ଉପରେ ନଜର ରଖିଛି ସୁରକ୍ଷା ବାହିନୀ।