ବାଲେଶ୍ୱର: ବ୍ରହ୍ମୋସ ମିସାଇଲ୍ର ପରୀକ୍ଷଣ ସଫଳ । ବାଲେଶ୍ୱର ଚାନ୍ଦିପୁର ଆଇଟିସିଏମ୍ କ୍ଷେପଣାସ୍ତ୍ର କେନ୍ଦ୍ରରୁ ବ୍ରହ୍ମୋସ ପରୀକ୍ଷଣ ସଫଳତା ସହ ହୋଇଯାଇଛି । ଆଜି ପୂର୍ବାହ୍ନ ୧୦ ଟା ୩୫ ମିନିଟରେ ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ପରୀକ୍ଷଣ ହୋଇଛି।
ଆଇଟିସିଏମ୍ର ସ୍ୱେଦଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ ବାଲିଷ୍ଟିକ୍ ମିସାଇଲ୍ ହେଉଛି ବ୍ରହ୍ମୋସ । ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୧୦୦୦ କିମି ଥବବା ବେଳେ ଏହା ୩୦୦ କିଲୋଗ୍ରାମ ପର୍ୟ୍ୟନ୍ତ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ । ବ୍ରହ୍ମୋସର ସଫଳ ପରୀକ୍ଷଣ ପରେ ଏହା ବାୟୁସେନାର ଶକ୍ତିକୁ ଆହୁରୀ ମଜ୍ବୁତ୍ କରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ପଡୋଶୀ ଚୀନ୍ ଓ ପାକିସ୍ତାନକୁ ଜବାବ ଦେବା ପାଇଁ ଏହି ମିସାଇଲ୍କୁ ଉନ୍ନତମାନର ଜ୍ଞାନକୌଶଳରେ ନିର୍ମିତ କରାଯାଇଛି ।