(ଅନୁଗୁଳ / ଜ୍ୟୋତିରଞ୍ଜନ ଧର) : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବ୍ରାହ୍ମଣଦେଇ ବ୍ରହ୍ମଚାରୀ ଆଶ୍ରମରେ ଜ୍ଞାନ ବିଜ୍ଞାନ ସୈରଭମ ‘ପୁସ୍ତକ’ ବୁଧବାର ଉନ୍ମୋଚିତ ହୋଇଯାଇଛି । ପୁଜ୍ୟପାଦ ବ୍ରହ୍ମଲିନ ସ୍ବାମୀ ଲକ୍ଷ୍ମଣାନନ୍ଦ ମହାରାଜା ତଥା ଗଜପତି ମହାରାଜଙ୍କର ଜଗତଗୁରୁ ପରମ ପୂଜ୍ୟ ପୁରୀପିଠ ଆଦିସ୍ବର ଶଙ୍କରାଚାର୍ୟ୍ୟ ନିସ୍ଚଳାନନ୍ଦ ସ୍ବରଶ୍ବତୀ ମହାରାଜା ଦ୍ବାରା ପ୍ରତିଷ୍ଠିତ ଆଶ୍ରମରେ ଉନ୍ମୋଚିତ ହୋଇଛି । ଏହି ପୁସ୍ତକଟି ଜ୍ଞାନବିଜ୍ଞାନ ସୈଳଭମ ପୁସ୍ତକ ଭଗବତ ଗୀତାର ସପ୍ତମ ଅଧ୍ୟାୟର ସମ୍ପୂର୍ଣ୍ଣ ବ୍ୟାଖ୍ୟା ଏକ ପ୍ରବଚନ ଢଙ୍ଗରେ ଉନ୍ମୋଚନ କରାଯାଇଛି। ଏଥିରେ ସ୍ବାମୀ କୃଷ୍ଣଦାସନନ୍ଦ ସରସ୍ବତୀ, ସ୍ବାମୀ ସଚିତାନନ୍ଦ ମହାରାଜା, ବାବାଜୀ ପ୍ରଭୃପାଦ ଦାସ, ବ୍ରହ୍ମଚାରୀ ଅରୂପାନନ୍ଦ ଚୈତନ୍ୟ ପ୍ରମୁଖ ଯୋଗ ଦେଇ ପୁସ୍ତକ ଉନ୍ମୋଚନ କରିବା ସହ ଉପସ୍ଥିତ ଅନ୍ୟ ସାଧୁସନ୍ଥଙ୍କୁ ପୁସ୍ତକ ବିଷୟରେ ଦିଗଦର୍ଶନ ଦେଇଥିଲେ ।