ବ୍ରିକ୍ସ ଦେଶ ଗୁଡିକୁ ଧମକ ଦେବା ପଛରେ ରହିଛି ଏହି କାରଣ

0

ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ଦିନଠାରୁ ଡୋନାଲ୍ଡ ପୂର୍ବ ଅପେକ୍ଷା ଅଧିକ କଠୋର ହେବାକୁ ଯାଉଛନ୍ତି। ଯିଏକି ବର୍ତ୍ତମାନ ବ୍ରିକ୍ସ ଦେଶ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ଯେଉଁଥିରେ ଭାରତ ମଧ୍ୟ ଅଛି। ସେ ଧମକ ଦେଇଛନ୍ତି ଯେ ଯଦି ବ୍ରିକ୍ସ ଦେଶଗୁଡିକ ଡଲାରର ବିକଳ୍ପ ଭାବରେ ନିଜର ମୁଦ୍ରା ପ୍ରଚଳନ କରିବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଏହି ଧମକ ପଛରେ ଟ୍ରମ୍ପଙ୍କ ଭୟ ରହିଛି ।କୁହାଯାଉଛି ଯଦି ବ୍ରିକ୍ସ ଦେଶଗୁଡିକ ନିଜର ମୁଦ୍ରା ଜାରି କରନ୍ତି ତେବେ ଡଲାର ଦୁର୍ବଳ ହେବା ଆରମ୍ଭ କରିବ । ଡଲାରର ଚାହିଦା ହ୍ରାସ ପାଇବା ଆରମ୍ଭ କରିବ, ଯେଉଁ କାରଣରୁ ଏହାର ମୂଲ୍ୟ ହ୍ରାସ ହୋଇପାରେ ଜ୍ଝ ଯଦି ଡଲାର ଦୁର୍ବଳ ହେବା ଆରମ୍ଭ କରେ, ତେବେ ଆମେରିକାର ଆର୍ଥିକ ବଜାରରେ ଅସ୍ଥିରତା ବୃଦ୍ଧି ପାଇପାରେ। ଡଲାରର ଦୁର୍ବଳତା ଆମଦାନୀକୁ ମହଙ୍ଗା କରିବ, ଯାହା ଆମେରିକାର ବାଣିଜ୍ୟ ନିଅଣ୍ଟ ବୃଦ୍ଧି କରିବ।

ବିଶ୍ୱର ଦେଶଗୁଡିକ ମଧ୍ୟରେ ସମସ୍ତ ବ୍ୟବସାୟ କାରବାର, ଦେୟ, ଆମଦାନୀ ଏବଂ ରପ୍ତାନି, ଋଣ ଇତ୍ୟାଦି କେବଳ ଆମେରିକୀୟ ଡଲାରରେ କରାଯାଇଥାଏ । ଡଲାର ବିଦେଶୀ ଦେୟ ଉପରେ ପ୍ରାଧାନ୍ୟ ଦେଇଥାଏ ଜ୍ଝ ଯଦି ବ୍ରିକ୍ସ ଦେଶଗୁଡିକର ମୁଦ୍ରା ପ୍ରଚଳିତ ହୁଏ ତେବେ ଆମେରିକାର ଅର୍ଥନୀତି ପ୍ରଭାବିତ ହେବ। ବ୍ରିକ୍ସ ଦେଶଗୁଡିକର ଏହି ପଦକ୍ଷେପ ଆମେରିକାର ଶକ୍ତିକୁ ଦୁର୍ବଳ କରିବ। ଏହି ଭୟ ଯୋଗୁଁ ଟ୍ରମ୍ପ ବ୍ରିକ୍ସ ଦେଶମାନଙ୍କୁ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଉଛନ୍ତି।ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ବ୍ରିକ୍ସ ଦେଶଗୁଡିକରୁ ଆମକୁ ଏକ ପ୍ରତିବଦ୍ଧତା ଆବଶ୍ୟକ ଯେ ସେମାନେ ନୂଆ ବ୍ରିକ୍ସ ମୁଦ୍ରା ସୃଷ୍ଟି କରିବେ ନାହିଁ କିମ୍ବା ଆମେରିକୀୟ ଡଲାର ବଦଳରେ ଅନ୍ୟ କୈାଣସି ମୁଦ୍ରାକୁ ସମର୍ଥନ କରିବେ ନାହିଁ। ଯଦି ବ୍ରିକ୍ସ ଦେଶ ଏହା ନକରନ୍ତି ତେବେ ସେମାନଙ୍କୁ ୧୦୦% ଶୁଳ୍କର ସାମ୍ନା କରିବାକୁ ପଡିବ ଏବଂ ଆମେରିକୀୟ ବଜାରକୁ ବିଦାୟ ଦେବାକୁ ପଡିବ।