ବ୍ରିଟେନ: ୫ ମସଜିଦ ଉପରେ ଆକ୍ରମଣ

0

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ନ୍ୟୁଜିଲାଣ୍ଡର ଏକ ମସଜିଦ ଉପରେ ହୋଇଥିବା ଆକ୍ରମଣରେ ୫୦ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ବ୍ରିଟେନରେ ମଧ୍ୟ ମସଜିଦ ଉପରକୁ ଆକ୍ରମଣ ହୋଇଛି । ଏହାପରେ ବ୍ରିଟେନର ଆତଙ୍କବାଦୀ ନିୟନ୍ତ୍ରଣ ଶାଖା ପକ୍ଷରୁ ତନାଘନା ଆରମ୍ଭ କରିଦେଇଛି ।
ଖବର ଅନୁସାରେ, ମିଡଲାଣ୍ଡ ବର୍ଚଫିଲ୍ଡ ରୋଡସ୍ଥିତ ଜାମେ ମସଜିଦର ଝରକା ଭଙ୍ଗାଯାଇଛି ଏବଂ ଏହି ଘଟଣାର ଅଳ୍ପ ସମୟ ପରେ ଏଣ୍ଡିଗଟନ ଅଂଚଳରେ ଥିବା ଅନ୍ୟ ଏକ ମସଜିଦ ଉପରେ ମଧ୍ୟ ଆକ୍ରମଣ ହୋଇଛି ।
ଆତଙ୍କବାଦ ନିୟନ୍ତ୍ରଣ ଶାଖା ମସଜିଦ ଏବଂ ସଂପୃକ୍ତ ଅଂଚଳକୁ ଗସ୍ତ କରିବା ଆରମ୍ଭ କରିଦେଇଛି ଏବଂ ଅନ୍ୟ ଅଚଳରେ ସୁରକ୍ଷା ବ୍ୟବସ୍ଥା ପ୍ରତି ନଜର ରଖିଛି । ଗତ ଶୁକ୍ରବାର ଦିନ ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚର ଗୋଟିଏ ମସଜିଦ ଉପରେ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିଲା । ମାତ୍ର ୭ ଦିନ ପରେ ବ୍ରିଟେନର ୫ଟି ମସଜିଦ ଉପରେ ଆକ୍ରମଣ ଘଟଣାକୁ ନେଇ ପୋଲିସର ମୁଣ୍ଡ ବିନ୍ଧିଛି ।