(ସୁନ୍ଦର କୁମାର ପାଣି / କୋରାପୁଟ): କୋରାପୁଟ ଜିଲ୍ଲାର ସଦର ମହକୁମାଠାରେ ଥିବା ଜିଲ୍ଲାଦକ୍ଷତା ବିକାଶ କେନ୍ଦ୍ର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା କୋରାପୁଟ ବ୍ଲକ ସ୍ତରୀୟ ସମ୍ପର୍କ ଶିବିର ।ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ବାବୁଲା ବେନିଆ , ବ୍ଲକ ଚେୟାରରମ୍ୟାନ, ଜିଲାପରିସଦ ସଭ୍ୟା ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଯୋଗ ଦେଇ ୫ଟି ମୋ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚେଇବା ଉଦେଶ୍ୟ ମୋ ସରକାର ସହ ଲୋକେ କିପରି ଜଡିତ ହେବେ, ମୋ ସରକାର ଦ୍ବାରା ଆଦିବାସୀ ପଛୁଆ ବର୍ଗର ହିତାଧିକାରୀ କିପରି ଫଳପ୍ରଦ ହେବେ ଏବଂ ଆଦିବାସୀ ପଛୁଆ ଵର୍ଗ ଲୋକେ ଯେପରି ଠକାମିର ଶିକାର ନ ହୁଅନ୍ତି ପ୍ରତ୍ୟେକ କାର୍ୟ୍ୟାଳୟରେ ଠିକ ଭାବେ ସୁବିଧା ପାଇବେ , ଆଦିବାସୀ ପଛୁଆ ବର୍ଗର ଲୋକଙ୍କୁ କେଉଁ କେଉଁ ଯୋଜନା ରାଜ୍ୟ ସରକାର ଅର୍ନ୍ତଭୁକ୍ତ କରିଛନ୍ତି ସମ୍ପର୍କ ଶିବିର ଉପସ୍ଥିତ ଥିବା ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା , ଏବଂ କୋରାପୁଟ ବ୍ଲକରୁ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଏବଂ ସମ୍ମୁନିତ ଅତିଥି ଷ୍ଟଲରେ ପଦର୍ଶିତ ହୋଇଥିବା ବିଷୟବସ୍ତୁକୁ ବୁଲି ଦେଖିଥିଲେ। କେନ୍ଦ୍ର ଏବଂ ରାଜ୍ୟର ବିଭିନ୍ନ ଯୋଜନା ଗୁଡାକ ତୃଣମୂଲ ସ୍ତରେ କେମିତି ପହଞ୍ଚିବ ବିଭିନ୍ନ ଅନୁଷ୍ଠାନ ଶିବିରର ୬ ଗୋଟି ଷ୍ଟଲରେ ପରିଦର୍ଶନ କରିଥିଲେ। ଏହି କାର୍ୟ୍ୟକ୍ରମକୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କୋରାପୁଟ ଆୟୋଜନ,ଆଦିବାସୀ ତହସିଲଭୁକ୍ତ ବିଭାଗ , ପଛୁଆ ବର୍ଗ କଲ୍ୟାଣ ବିଭାଗର ନିର୍ଦ୍ଦେଶ କ୍ରମେ ୫ଟି ମୋ ସରକର କାର୍ୟ୍ୟକ୍ରମ ଆନୁକୂଲ୍ୟରେ ଏହି ଶିବିର ଆୟୋଜନ କରାଯାଇଛି । କୋରାପୁଟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କୋରାପୁଟ ଦ୍ବାରା ଆଦିବାସୀ ପଛୁଆ ବର୍ଗର ଉନ୍ନତି ଦିଗରେ କାର୍ୟ୍ୟ କରି ଆସୁଛି । ପୁଣି ୫ଟି ମୋ ସରକାରର ଯୋଜନା ସମ୍ପର୍କିତ ବ୍ଲକ ସ୍ତରୀୟ ସମ୍ପର୍କ ଶିବିର ଆୟୋଜନ କରାଯାଇଥିବା ସମନ୍ୱିତ ଉନ୍ନୟନ ଆଦିବାସୀ ସଂସ୍ଥା ଭାରପ୍ରାପ୍ତ ଅଧିକାରୀ ମହେଶ୍ବର ନାୟକ କହିଛନ୍ତି ।