(ଅନୁସ୍ୱୟା)ଭୁବନେଶ୍ୱର: ବର୍ଷାରେ ଭିଜିବ ନୂଆବର୍ଷ । ୨୫ ଓ ୨୬ ତାରିଖ ଦୁଇ ଦିନ କିଛି ଜିଲ୍ଲାରେ ଝିପିଝିପି ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର ସୂଚନା ଦେଇଛନ୍ତି। ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜରେ ଫିକା ପଡିପାରେ ବଡ ଦିନ। ଆଉ ୨୬ ତାରିଖ ଦିନ ମଧ୍ୟ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ। ହେଲେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ।” ନୂଆ ବର୍ଷ ଆଡ଼କୁ ତାପମାତ୍ରା ଟିକେ ହ୍ରାସ ପାଇବ। ତେବେ ଆସନ୍ତା ଦୁଇରୁ ତିନି ଦିନ ଯାଏ କୁହୁଡ଼ି ମାତ୍ରା ବଢ଼ିବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ଘନ କୁହୁଡ଼ି ହେବ।”