ବଡ଼ ଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

0

(ସରୋଜ କୁମାର ରାଉତ)ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ବଡ଼ ଦିନ । ଧରାବତରଣ କରିବେ ପ୍ରଭୁ ଯୀଶୁ । ଏ ନେଇ ରାଜ୍ୟର ବିଭିନ୍ନ ଚର୍ଚ୍ଚରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି । ଏ ନେଇ ଆଜି ସତ୍ୟନଗର ସ୍ଥିତ ସେଣ୍ଟ ଭିନ୍ସେଣ୍ଟ ପ୍ରୋ କ୍ରାଥ୍ରେଡ଼ାଲ ଚର୍ଚ୍ଚକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଦିନ ପାଇଁ ସମସ୍ତଙ୍କୁ ବଡ଼ ଦିନର ଶୁଭେଚ୍ଛା ଜଣାଇବା ସହ ଆଗାମୀ ବର୍ଷ ସମସ୍ତଙ୍କ ପାଇଁ ଶୁଭମୟ ହେଉ ବୋଲି କାମନା କରିଥିଲେ । ଏହି ଅବସରରେ ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ସଂଖ୍ୟା ଲଘୁ ସେଲର ଚେୟାରମ୍ୟାନ ମୁନା ଖାଁ ଉପସ୍ଥିତ ଥିଲେ । ଏନେଇ ସତ୍ୟନଗର ସ୍ଥିତ ସେଣ୍ଟ ଭିନ୍ସେଣ୍ଟ ପ୍ରୋ କ୍ରାଥ୍ରେଡ଼ାଲ ଚର୍ଚ୍ଚରେ ଏକ ପ୍ରକାର ଉତ୍ସବ ଦେଖିବାକୁ ମିଳିଥିଲା । ଖ୍ରୀଷ୍ଟଧର୍ମୀ ଲୋକ ମାନେ କେକ କାଟିବା ସହ ନାଚ ଗୀତର ଆସର ଚର୍ଚ୍ଚ ପରିସରରେ ଜମାଇଥିଲେ ।