ଭତ୍ତା ନ ପାଇ ନିରାଶ ହୋଇ ଫେରିଲେ ହିତାଧିକାରୀ

0

(ଚିତ୍ତରଞ୍ଜନ ସାହୁ )ବରଗଡ: ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ରାଜ ବୋଡା ସମର ପଞ୍ଚାୟତ ସମିତି ବରିହା ପାଳି ପଞ୍ଚାୟତ ଅଫିସରେ ପ୍ରତି ମାସ ମନ ମୁଖୀ ଭତ୍ତା ବଣ୍ଟନ କରାଯାଉଥିଲା । ଏହା ସହ ଭତ୍ତା ବଣ୍ଟନ କରିବା ତାରିଖ କାନ୍ଥରେ ରେ ଲେଖା ହୋଇଛି । ତାହାକୁ ବା କିଏ ପଚାରେ ସରକାର ବୃଦ୍ଧ ବୃଦ୍ଧା ଓ ଅସହାୟ ଲୋକଙ୍କ ପାଇଁ ଏତେ ଗୁଡିଏ ଯୋଜନ କରୁଥିଲେ ମଧ୍ୟ ଖାତିର କରୁ ନାହାନ୍ତି କର୍ମଚାରୀ । ସେହି ପରି ବରିହା ପାଳି ପଞ୍ଚାୟତ କୁ ଭତ୍ତା ପାଇଁ ଆସିଥିବା ଲୋକେ ନିରାଶ ହୋଇ ଫେରିଯାଇଛନ୍ତି। ପଞ୍ଚାୟତ ରେ ପଞ୍ଚାୟତ ଇଓ ,ସରପଞ୍ଚ, କର୍ମଚାରୀ କାହାରିବି ଦେଖା ନାହିଁ। ସ୍ଥାନୀୟ ସରପଞ୍ଚ ଓ ଇ ଓ ଙ୍କୁ ଯୋଗା ଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ।କିନ୍ତୁ ସମ୍ଭବ ହୋଇନଥିଲା।ହିତାଧିକାରି ମାନେ ପାଟି ତୁଣ୍ଡ କରୁଥିବା କଥା କୋଣସି ସୂତ୍ରରୁ ପଞ୍ଚାୟତ ଇଓ ଜାଣି ପାରିଥିଲେ । ଫଳରେ ବିଳମ୍ବରେ ଆସି ୯ ରୁ ୧୦ଜଣ ହିତାଧିକାରୀଙ୍କୁ ଡାକି ଭତ୍ତା ଦେଇ ଚାଲି ଯାଇଥିଲେ।ଏଣୁ ଏହି ଅବହେଳା କରୁଥିବା କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଞ୍ଚାୟତ ର ମହେଶ୍ୱର ବାରିହା, ଲେକ୍ରୁ ସାହୁ ,ଦେବାରଚନ ସାହୁ, ଭୀଷ୍ମଦେଵ ଭୋଇ,ମହେନ୍ଦ୍ର ପଧାନ, ନିଲାମ୍ବର ପଧାନ ହିତାଧିକାରୀ ମାନେ ଦାବି କରିଛନ୍ତି।