ପାକିସ୍ତାନ-: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଯେ କୌଣସି ମୁହୂର୍ତ୍ତରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ । ସହି ଭୟରେ ପାକିସ୍ତାନ ପ୍ରତି ମୂହୁର୍ତ୍ତରେ ରହୁଛି । ଏପରିକି ଯଥା ସମ୍ଭବ ଆକ୍ରମଣକୁ ରୋକିବା ପାଇଁ ଚେଷ୍ଟା କରୁଛି । ସେଥିପାଇଁ କେତେବେଳେ ଚୀନ୍ ରାଷ୍ଟ୍ରଦୂତଙ୍କ ସମର୍ଥନ ପାଇଁ ବୈଠକ ଡାକୁଚି ତ କେତେବେଳେ ଜାତିସଂଘ ସୁରକ୍ଷା ପରିଷଦରେ ଜରୁରୀକାଳୀନ ବୈଠକ ପାଇଁ ଦାବି କରୁଛି ।
ତେବେ ପାକିସ୍ତାନ ସୀମା ଉତ୍ତେଜନା ହ୍ରାସ କରିବାକୁ ମନା କରି ଭାରତକୁ ଭୟଭୀତ କରିବା ପାଇଁ ପୁଣି ଥରେ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି । ପାକିସ୍ତାନ ଯୁଦ୍ଧ ଅଭ୍ୟାସ ସମୟରେ ୧୨୦ କିଲୋମିଟର ଦୂରତା ବିଶିଷ୍ଟ ଫତାହ ସିରିଜର ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ରର ସଫଳତାର ସହିତ ପରୀକ୍ଷଣ କରିଛି । ତେବେ ଏହା ସୈନ୍ୟଙ୍କ କାର୍ଯ୍ୟକ୍ଷମତାକୁ ଦର୍ଶାଇବା ସହ ଉନ୍ନତ ନାଭିଗେସନ୍ ସିଷ୍ଟମକୁ ଦର୍ଶାଇଥିଲା ।