ଭାରତୀୟ ମଜଦୁର ସଂଘ ତରଫରୁ ଜିଲ୍ଲାପାଳଙ୍କୁ ୧୦ ଦଫା ଦାବିପତ୍ର ପ୍ରଦାନ

0

(ଓମ୍ ପ୍ରକାଶ ମିଶ୍ର /ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଭାରତୀୟ ମଜଦୁର ସଂଘ ତରଫରୁ ୧୦ ଦଫା ଦାବିପତ୍ର  ତଥା ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଯୋଗାଇ ଦେବା, କରୋନା କଟକଣା ସମୟ ମଧ୍ୟରେ ନିର୍ମାଣ ଶ୍ରମିକ ମାନଙ୍କୁ ସେମାନଙ୍କ ସରକାରୀ ସହାୟତା ପ୍ରଦାନ କରିବା ନେଇ ଜିଲ୍ଲାପାଳ ମୋନିଷା ବାନାର୍ଜିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଛଅଟି ବ୍ଳକ ଡୁଙ୍ଗୁରିପାଲି, ବୀରମହାରାଜ ପୁର, ତରଭା, ଉଲୁଣ୍ଡା, ବିନିକା ଓ ସୋନପୁର ବ୍ଳକର  ଭାରତୀୟ ମଜଦୁର ସଂଘ ଓ କର୍ମକର୍ତ୍ତାମାନେ ,ମଜଦୁର ସଂଘର ସଭାପତି ମୁରଲୀଧର ସାହୁଙ୍କର ନେତୄତ୍ୱରେ ଏକ ରାଲିରେ ସୋନପୁର ସହରର ବିଭିନ୍ନ ଛକ ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଯାଇ  ଜିଲ୍ଲାପାଳ ମୋନିଷା ବାନାର୍ଜି ଙ୍କୁ ଏକ ୧୦ ଦଫା ଦାବିପତ୍ର ଦିଆଯାଇଛି। ଆଜିର ଏହି ରାଲିରେ ଭାରତୀୟ ମଜଦୁର ସଂଘର ସଭାପତି ଅରୁଣ କୁମାର ଲେଙ୍କା, ସଂପାଦକ ବସନ୍ତ କୁମାର ସାହୁ, ସୂର୍ୟ୍ୟକାନ୍ତ ରାଉଳଙ୍କ ସହ ସାଧାରଣ ସଂପାଦକ ସୁଶାନ୍ତ ପଣ୍ଡା ଓ କିଶୋର କୁମାର ହୋତା ପ୍ରମୁଖ ଯୋଗ ଦେଇ ଜିଲ୍ଲାପାଳ ମୋନିଷା ବାନାର୍ଜିଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।