ଭାରତ ନେଟ୍ କାର୍ଯ୍ୟକାରୀ ରଣନୀତିକୁ କ୍ୟାବିନେଟର ଅନୁମୋଦନ

0

ନୂଆଦିଲ୍ଲୀ: ଦେଶରେ୧୬ଟି ରାଜ୍ୟ ନିମନ୍ତେ ସଂଶୋଧିତ ଭାରତ ନେଟ୍ କାର୍ଯ୍ୟକାରୀ କରିବାକୁ ରଣନୀତି ଅନୁମୋଦିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି । କେରଳ, କର୍ଣ୍ଣାଟକ, ରାଜସ୍ଥାନ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ମଣିପୁର, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ ଓ ଅରୁଣାଚଳପ୍ରଦେଶ । ଏଥିରେ ୩ଲକ୍ଷ ୬୧ହଜାର ଗ୍ରାମ (ଗ୍ରାମପଞ୍ଚାୟତ) ସହିତ ଅନ୍ତର୍ଭୁକ୍ତ ହେବ ।
ଗ୍ରାମଗୁଡିକୁ ନିର୍ଭରଯୋଗ୍ୟ, ଗୁଣାତ୍ମକ ଓ ଦ୍ରୁତଗତି ସମ୍ପନ୍ନ ବ୍ରଡବ୍ୟାଣ୍ଡ ସେବା ଦ୍ୱାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ଯୋଗାଉଥିବା ଇ-ସେବା ମଧ୍ୟ ସହଜରେ ଉପଲବ୍ଧ ହେବ । ଅନଲାଇନ ଶିକ୍ଷା, ଟେଲି ମେଡିସିନ୍, କୌଶଳ ବିକାଶ, ଇ-କମର୍ସ ଓ ବ୍ରଡବ୍ୟାଣ୍ଡ ଜନିତ ଅନ୍ୟାନ୍ୟ ବ୍ୟବହାର ମଧ୍ୟ ସୁବିଧାଜନକ ହେବ । ଏହା ରାଜସ୍ୱ ବୃଦ୍ଧିରେ ମଧ୍ୟ ସହାୟକ ହେବ । ଗ୍ରାମାଞ୍ଚଳରେ ବ୍ରଡବ୍ୟାଣ୍ଡର ଦୃତ ବିସ୍ତାର ଯୋଗୁଁ ଗ୍ରାମ-ସହର ମଧ୍ୟରେ ଦୂରତା ଦୂର ହେବ ।
ଏହା ସରକାରୀ ଓ ଘରୋଇ ଭାଗିଦାରୀତାରେ କାର୍ଯ୍ୟ କରିବ । ଏହି ସଂଶୋଧିତ ରଣନୀତିରେ ଉନ୍ନୀତକରଣ, ନିର୍ମାଣ, କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣର କାର୍ୟ୍ୟ ପ୍ରତିଯୋଗିତାମୂଳକ ଆର୍ନ୍ତଜାତିକ ନିଲାମ ଦ୍ୱାରା ବଛାଯିବ । ଏଥିପାଇଁ ସର୍ବାଧିକ ପିପିପି ମଡେଲ ପାଣ୍ଠି ୧୯, ୦୪୧ କୋଟି ଟଙ୍କା ରଖାଯାଇଛି। ୧୬ଟି ରାଜ୍ୟର ଗ୍ରାମପଞ୍ଚାୟତ ବାହାରେ ମଧ୍ୟ ଅନ୍ୟାନ୍ୟ ଜନବସତିପୂର୍ଣ୍ଣ ଗ୍ରାମକୁ ଭାରତ ନେଟ୍ ସମ୍ପ୍ରସାରିତ ହେବ। ଦୂରସଂଚାର ମନ୍ତ୍ରଣାଳୟ ନୀତି ନିର୍ଦ୍ଧାରଣ କରିବ ।