ଭାରତ ଫିଲ୍ଲ ଟାଇଟେଲକୁ ନେଇ ଚର୍ଚ୍ଚା

0

(ରିପୋଟରର୍ସ ଟୁଡ଼େ): ଜୁନ୍ ୫ରେ ରିଲିଜ୍ ହେବାକୁ ଥିବା ସଲମାନଙ୍କ ଫିଲ୍ମ ଭାରତ ଏବେ ଟାଇଟଲକୁ ନେଇ ଆରମ୍ଭ ହୋଇଛି ବିବାଦ । ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲକାରୀଙ୍କ କହିବା ଅନୁଯାୟୀ, ଫିଲ୍ମର ନାଁ ‘ଭାରତ’ ରଖାଯିବାରୁ ଲୋକମାନଙ୍କ ଭାବନା ଆହାତ ହେଉଛି, ସେଥିପାଇଁ ଫିଲ୍ମର ନାଁ ତୁରନ୍ତ ବଦଳାଇ ଦିଆଯାଉ । ଫିଲ୍ମର ନାଁ ‘ଭାରତ’ ରଖି ନିର୍ମାତା ଧାରା ୩ ପ୍ରତୀକ ଏବଂ ନାଁର ଅଧିନିୟମର ଉଲ୍ଲଂଘନ କରିଛନ୍ତି । ଏହି ଅଧିନିୟମ ଅନୁଯାୟୀ, ଭାରତ ଶୀର୍ଷକ କୌଣସି ପେସାଦାର ବା ବ୍ୟାବସାୟିକ ଉଦ୍ଦେଶ୍ୟରେ ଉପଯୋଗ କରାଯାଇ ପାରିବ ନାହିଁ । ଏହା ସହ ଫିଲ୍ମର ଏକ ଡାଏଲଗ୍ରେ ସଲମାନ ନିଜ ନାଁକୁ ଦେଶ ସହ ତୁଳନା କରୁଛନ୍ତି, ଯାହାକୁ ରିଲିଜ୍ ପୂର୍ବରୁ ହଟାଯିବା ଆବଶ୍ୟକ ବୋଲି ଦାବି କରିଛନ୍ତି ଦାଖଲକାରୀ ।