ଭାରତ ବନ୍ଦ ପ୍ରଭାବ: ଉଦଳାରେ ଅଖ ଚକ ଜାମ

0

(ଦୀପକ ମିଶ୍ର /ଉଦଳା): କେନ୍ଦ୍ର ସରକାରଙ୍କ ନୂତନ କୃଷି ନୀତି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ବାର ଦିନ ଧରି ଚାଷୀ ଆନ୍ଦୋଳନ ଚାଲିବା ପରେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ତେବେ ଆଜି କପ୍ତିପଦା ଉପଖଣ୍ଡର ସଦର ମହକୁମା ଉଦଳାରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବସ ଚଳାଚଳ ବନ୍ଦ ରହିବା ସହ ସମସ୍ତ ଅଫିସ ବନ୍ଦ ରହିଛି । ସେହିପରି କପ୍ତିପଦା ବ୍ଲକ କମିଟି ପକ୍ଷରୁ କପ୍ତିପଦା ବଜାର, ଶରତ ଥାନା ଅଞ୍ଚଳରେ ବିଭିନ୍ନ ବଜାରରେ ସ୍ଲୋଗାନ ଦେବା ସହ ଗାଡି ଚଳାଚଳ ବନ୍ଦ ରହିଛି । ଆଜି ପ୍ରଥମାଷ୍ଟମୀ ଥିବାରୁ ବସ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି । ତେବେ ବନ୍ଦ ସମୟରେ ଯେମିତି ବିଶୃଙ୍ଖଳା ନହୁଏ ଏବଂ ଜନସାଧାରଣଙ୍କର ଯେମିତି କୌଣସି ଅସୁବିଧା ନହୁଏ ପୋଲିସ ସଜାଗ ରହିଛି ।