ଭାରସାମ୍ୟ ହରାଇ ବାଇକରୁ ପଡ଼ି ଯୁବକ ଗୁରୁତର

0

(ସନ୍ତୋଷ ଲମ୍ବତା)ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦର ଅଡ଼ାବାଡ଼ି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକରୁ ପଡ଼ି ଯୁବକ ବାବାରାଓ, ପେଦେଣ୍ଟି ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ଆଜି ବେଲକଣା ଗାଁର ଦୁଇଜଣ ବାବାରାଓ, ପେଦେଣ୍ଟି ଓଡ଼ି୧୮ଏଫ୬୨୦୧ ନମ୍ବର ବାଇକ ଯୋଗେ ଧାମୁଣିପଙ୍ଗା ପଞ୍ଚାୟତର ସାନ ବ୍ରାହ୍ମଣ ଗୁଡ଼ା ଗ୍ରାମକୁ ଯାଉଥିବା ବାଟରେ ଅପରାହ୍ନ ସମୟରେ ଅଡ଼ାବାଡ଼ି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ । ଯାହା ଫଳରେ ବାବାରାଓ, ପେଦେଣ୍ଟଙ୍କ ମୁହଁରେ ମାଡ଼ ହୋଇଥିବା ଯୋଗୁଁ ବାଇକରେ ଆସୁଥିବା ଲୋକ ମାନବିକତା ଦେଖାଇ ଗୁରୁତରକୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି ।