ଭାରସ୍ୟାମ ହରାଇ ଓଲଟିଲା ମକା ବୋଝେଇ ଟ୍ରକ

0

କଳାହାଣ୍ଡି / ଵ୍ୟମୋ କେଶ୍ ପୁରୋହିତ : ଭାରସ୍ୟାମ ହରାଇ ଓଲଟିଲା ମକା ବୋଝେଇ ଟ୍ରକ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଲଧିଆମାଲ ଛକ ନିକଟ ରାସ୍ତାରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, ବିଳମ୍ବିତ ରାତ୍ରିରେ ଧର୍ମଗଡ ରାସ୍ତା ରୁ ଜୁନାଗଡ଼ ରାସ୍ତା ଦେଇ ଯାଉଥିବା ବେଳେ ଏପରି ଅଘଟଣ ଘଟିଛି । ମକା ବୋଝେଇ ଟ୍ରକ ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବଲଧିଆମାଲ ଛକ ନିକଟ ରାସ୍ତା କଡକୁ ଓଲଟି ପଡିଥିଲା। ଟ୍ରକଟି ରାସ୍ତା କଡରେ ପଡି କ୍ଷତି ଗ୍ରସ୍ତ ହୋଇଥିବା ବେଳେ ଏଥିରେ ଚାଳକ ସାମାନ୍ୟ ଆହାତ ହୋଇ ଅଳ୍ପକେ ବର୍ତ୍ତୀ ଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଥିଲେ। ଟ୍ରକ ଟି ଓଲଟି ପଡ଼ିଥିବା ବେଳେ ସ୍ଥାନିୟ ଲୋକେ ମରଣ ମୁହଁ ରୁ ବର୍ତ୍ତୀ ଯାଇଛନ୍ତି।