( ଭୁବନେଶ୍ୱର / ରିପୋର୍ଟସଟୁଡେ): ଲାଞ୍ଚ ନେବା ବେଳେ ପୋଲିସ ବାବୁ ଭିଜିଲାନ୍ସ ଜାଲରେ ଫସିଛନ୍ତି । ରାଉରକେଲା ବ୍ରାହ୍ମଣୀତରଙ୍ଗ ଏଏସ୍ଆଇଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏଏସ୍ଆଇ ମଧୁସୂଦନ ପାତ୍ର ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ।
ଏଏସ୍ଆଇ ଏକ ମିଥ୍ୟା ଜଣଙ୍କୁ ଫସାଇ ଦେବାକୁ କହି ବାରମ୍ବାର ଲାଞ୍ଚ ମାଗୁଥିଲେ । ଏହା ପରେ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସକୁ ଖବର ଦେବା ପରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ଆଜି ୫୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି ପୋଲିସ ଅଧିକାରୀ । ଏହା ସହିତ ତାଙ୍କର କେତେ ସମ୍ପତ୍ତି ଅଛି ସେ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି ।