ଭିଜିଲାନ୍ସ ଦ୍ୱାରା ଖୋର୍ଦ୍ଧା ଯୋଗାଣ ନିରୀକ୍ଷକ ଗିରଫ

0

(ଶେଖ ଅରଶଦ ଉକ ହକ /ଖୋର୍ଦ୍ଧା): ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି ଜଣେ ଡିଲରଙ୍କ ଠାରୁ କିରୋସିନ ଉଠାଣ ପାଇଁ ଅନୁମତି ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଖୋର୍ଦ୍ଧା, ନୟାଗଡ, ଭୁବନେଶ୍ୱର ଭିଜିଲାନ୍ସ ଟିମ ମିଳିତ ଭାବେ ଚଢ଼ାଉ କରି ଯୋଗାଣ ନିରୀକ୍ଷକଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ଟଙ୍କା ଜବତ କରିଛନ୍ତି ।
ସୂଚନା ଅନୁସାରେ ପଲ୍ଲା ଅଂଚଳର ଡିଲର ଅମ୍ବିକା ପ୍ରଶାଦ ଦାସ ପ୍ରାୟ ୧୬ଜଣ କଣ୍ଟ୍ରୋଲ ଡିଲରଙ୍କ ଠାରୁ ୨୦ହଜାର ଟଙ୍କା ନେଇ ଯୋଗାଣ ନିରୀକ୍ଷକଙ୍କୁ ଦେଉଥିବା ବେଳେ ଧରା ପଡିଛନ୍ତି । ଏହିପରି ପ୍ରତି ମାସରେ କିରୋସିନ ଉଠାଣ ଅନୁମତି ପାଇଁ ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ସେହିପରି ମାର୍ଶାଲିନଙ୍କ ଡୁମୁଡୁମା ସ୍ଥିତ ବାସଭବନରେ ରେଡ଼ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।