(ଜ୍ୟୋତିରଞ୍ଜନ ଧର /କଣିହାଁ )ରିପୋର୍ଟସଟୁଡେ:ଅନୁଗୁଳ ଜିଲ୍ଲାରେ ଆଜି ପୁଣି ଜଣେ ଆରଆଇ ଜମି ଜମା ଚିହ୍ନଟ ପାଇଁ ନେଇଥିଲେ ଟଙ୍କା । ଲାଞ୍ଚୁଆ ସରକାରୀ ଅଧିକାରୀ ଜଣକ ଭିଜିଲାନ୍ସ ପଞ୍ଝାରେ ଧରା ପଡିଛନ୍ତି । କର୍ମଚାରୀ ଜଣକ ହେଲେ ଛେଣ୍ଡିପଦା ତହସିଲ ଅନ୍ତର୍ଗତ କଣଲୋଇ ରାଜସ୍ୱ ନିରୀକ୍ଷକ ଜଗବନ୍ଧୁ ନାୟକ । ଜଗବନ୍ଧୁ ୨ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଠିକ ସେହି ସମୟରେ ଛପି ରହିଥିବା ଭିଜିଲାନ୍ସ ବିଭାଗୀୟ ଅଧିକାରୀ ଜଗବନ୍ଧୁଙ୍କୁ କାବୁ କରି ନେଇଥିଲେ ।
ଘଟଣାରୁ ପ୍ରକାଶ ଯେ, ପାତ୍ରପଡା ଗାଁର ଘାସିରାମ ବେହେରାଙ୍କ ଏକ ଜାଗା ଚିହ୍ନଟ କରିବାର ଥିଲା । ସେହି ଜାଗା ଚିହ୍ନଟ ପାଇଁ ରାଜସ୍ୱ ନିରୀକ୍ଷକ ଜଗବନ୍ଧୁ ଟଙ୍କା ମାଗୁଥିଲେ । ଏଥିପାଇଁ ଘାସିରାମ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ । ଆଜି ରାଜସ୍ୱ ନିରୀକ୍ଷକ ଜଗବନ୍ଧୁ ପାତ୍ରପଡା ଗାଁର ଘାସିରାମ ବେହେରାଙ୍କ ଠାରୁ ଲାଞ୍ଚ ନେଇଥିବା ଲାଞ୍ଚୁଆ ଆରଆଇ ଜଗବନ୍ଧୁକୁ ଘଟଣାସ୍ଥଳରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ।