(ମମତା ସାମଲ)ରିପୋର୍ଟସଟୁଡେ: ପୁଣି ଭିଜିଲାନ୍ସ ଜାଲରେ ଜଣେ ଫରେଷ୍ଟର । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ରେଞ୍ଜ ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।
ସୂଚନାନୁସାରେ, କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ରେଞ୍ଜ ଅଧିନରେ କାର୍ୟ୍ୟରତ ଫରେଷ୍ଟର କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସର ଏକ ଟିମ ଆଜି ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଛି । ଏକକାଳୀନ ୫ରୁ ଅଧିକ ସ୍ଥାନରେ ଏହି ଚଢାଉ କରାଯାଇଛି । ଆଜି ଭୋରୁ ଭିଜିଲାନ୍ସର ଟିମ କୈଳାଶ ଚନ୍ଦ୍ର ସାହୁଙ୍କ ବାଲିଗୁଡ଼ା ବଜାର ସାହିସ୍ଥିତ ବାସଭବନ, ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର ଓ ଭବାନୀପାଟଣା ଆଦି ଏକାଧିକ ସ୍ଥାନରେ ଏହି ଚଢାଉ କରିଛି ।
ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଟିମ ପକ୍ଷରୁ କୈଳାଶ ଚନ୍ଦ ସାହୁଙ୍କ ଘରେ ଭିଜିଲାନ୍ସର ଯାଂଚ ଜାରି ରହିଛି । ତେବେ ଯାଂଚ ବେଳେ ବିଭିନ୍ନ ଜରୁରୀ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିବା ଜଣାପଡ଼ିଛି । ତେବେ କୈଳାଶ ଚନ୍ଦ୍ର ସାହୁ ଓ ତାଙ୍କ ପରିବାର ନାଁରେ ଥିବା ବ୍ୟାଙ୍କ ବାଲାନ୍ସ, ସୁନାଗହଣା ଓ ଦରକାରୀ ଦସ୍ତାବିଜ ଉପରେ ଯାଂଚ ଜାରି ରହିଛି । ଚଢାଉ ଶେଷ ହୋଇ ନଥିବାରୁ ତାଙ୍କର କେତେ ପରିମାଣର ସମ୍ପତି ରହିଛି ତାହା ସ୍ପଷ୍ଟ ହୋଇନାହିଁ ।