ଭିନ୍ନ ପରମ୍ପରା , ମନ୍ଦିରରେ ଲାଗି ହୁଏ ମଟନ ବିରିୟାନି

0

( ରିପୋର୍ଟସଟୁଡେ): ଭାରତର ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ତାମିଲନାଡୁ ମଦୁରାଇ ଜିଲାର ତିରୁମଙ୍ଗଳମ୍‌ ସ୍ଥିତ ଓ୍ବାଡକମ୍‌ପଟ୍ଟିଠାରେ ରହିଛି ମୁନିୟାନ୍‌ନଦୀ ସ୍ବାମୀଙ୍କ ମନ୍ଦିର। ଏଠାରେ ପ୍ରତିବର୍ଷ ଜାନୁୟାରୀ ୨୪ରୁ ୨୬ ପର୍ୟ୍ୟନ୍ତ ଏକ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହି ଉତ୍ସବରେ ଠାକୁରଙ୍କ ପାଖରେ ମଟନ୍‌ ବିରିୟାନୀ ଲାଗି ହୋଇଥାଏ। ୨ ହଜାରରୁ ଅଧିକ କିଲୋଗ୍ରାମ୍‌ର ବିରିୟାନୀ ଠାକୁରଙ୍କ ପାଖରେ ରନ୍ଧାଯାଇଥାଏ। ଏଥିପାଇଁ ଦିଆଯାଇଥାଏ ୫ ଶହ ଛେଳିଙ୍କୁ ବଳି। ଏହି ଉତ୍ସବରେ ଯୋଗଦେବା ପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁ ଆସନ୍ତି। ଠାକୁରଙ୍କ ପାଖରେ ବିରିୟାନୀ ଦେବାକୁ ମାନସିକ କଲେ କୁଆଡେ ସମସ୍ତ ମନୋକାମନା ପୂରଣ ହୋଇଥାଏ ବୋଲି ରହିଛି ବିଶ୍ୱାସ।