ଭିଣେଇ କଟୁରି ଚୋଟରେ ଶଳା ମୃତ

0

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଦୋଳଯାତ୍ରାରେ ଶ୍ୱଶୁର ଘର ବୁଲି ଆସିବାକୁ ଥିବା ଜ୍ୱାଇଁ ଦୁର୍ୟ୍ୟୋଧନ ବିଶ୍ୱାଳ ଦୋଳଯାତ୍ରାରେ ବୁଲିବାକୁ ଆସିଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ସେ ନିଜର ଶଳା ନଗେଶ ରାଉତଙ୍କୁ କଟୁରୀରେ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ନଗେଶଙ୍କର ମୃତ୍ୟୁ ହୋଇଛି । ତେବେ ନଗେଶଙ୍କୁ ବଞ୍ଚାଇବାକୁ ଆସିଥିବା ତାଙ୍କ ଭଉଣୀ (ଦୁର୍ୟ୍ୟୋଧନଙ୍କ ସ୍ତ୍ରୀ) ଓ ମା’ ଗୁରୁତର ହୋଇପଡ଼ିଛନ୍ତି । ଏ ଦୁଇ ଜଣଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଦୁର୍ୟ୍ୟୋ ଧନ ଫେରାର ହୋଇଯାଇଛି । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିଛି । ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିବାବେଳେ ପୋଲିସର ତଦନ୍ତ ଜାରି ରହିଛି ।