ଭୁବନେଶ୍ୱରରେ ଜଳିଗଲା ବସ

0

(ଆଦର୍ଶ ରାଉତ)ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା । ଭୁବନେଶ୍ୱର ସ୍ଥିତ ସହିଦ ନଗରରେ ଥିବା ଇମ୍ଫା ପାର୍କ ନିକଟରେ ଛିଡ଼ା ହୋଇଥିବା ଏକ ବସରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ବସଟି (କେଏ-୦୧-ଡ଼ି-୫୧୮୦) କର୍ଣ୍ଣାଟକ ରାଜ୍ୟର ପଞ୍ଜୀକୃତ ନମ୍ବର ବୋଲି ଜଣାପଡ଼ିଛି । ବତ୍ତର୍ମାନ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ନିଆଁଲିଭା କାର୍ଯ୍ୟ ଜାରି ରହିଥିବା ବେଳେ । ବସରେ ଭୟାବହ ଅଗ୍ନିକାଣ୍ଡ ପଛର କାରଣ ଏପର୍ୟ୍ୟନ୍ତ ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ଡ ବେଳେ ବସରେ କୌଣସି ଯାତ୍ରୀ ନଥିବା ସୂଚନା ମିଳିଛି । ବର୍ତ୍ତମାନ ବସର କର୍ମଚାରୀଙ୍କୁ ପୋଲିସ ଖୋଜୁଛି ।