(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ହକି ମହାସମର ଉଦ୍ଘାଟନ ସରିଛି। ମାଧୁରୀ, ଶାହାରୁଖ୍ ଆଉ ସଲମାନ୍ଙ୍କ ଉପସ୍ଥିତି ଓଡ଼ିଶାବାସୀଙ୍କୁ ଆମୋଦିତ କରିଛି। ସେମାନଙ୍କ ନାଁରେ ମନରୁ ଲିଭି ନଥିବା ବେଳେ ଏବେ ଉଦ୍ୟାପନୀ ଉତ୍ସବକୁ ନେଇ ଆରମ୍ଭ ହୋଇଗଲାଣି ନାନା କଥା। ଶୁଣିବାକୁ ମିଳୁଛି ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ଆଉ କ୍ରିକେଟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ଏହି ଉତ୍ସବକୁ ଆସୁଛନ୍ତି। ଖାଲି ଏଇ ଦୁଇ ଜଣ ନୁହଁନ୍ତି, ଆମୀର ଖାନ୍, ସାହିଦ କପୁର, ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାଭିଡ୍ ମଧ୍ୟ ପୁରୁଷ ହକି ବିଶ୍ୱକପ୍ର ଉଦ୍ୟାପନୀ ସମାରୋହରେ ଯୋଗ ଦେବାପାଇଁ ଭୁବନେଶ୍ୱର ଆସୁଥିବା ସୂଚନା ମିଳିଛି ।