(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତ୍ରୀ ଅବସରରେ ଭୁବନେଶ୍ୱର ଏମ୍ସରେ ଉନ୍ମୋଚିତ ହେଲା ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ମଡ୍ୟୁଲାର ଅପରେସନ ଥିଏଟର, ଆଇସିୟୁ କମ୍ପେ୍ଲକ୍ସ ଓ କ୍ୟାଥ ଲ୍ୟବ ଉଦଘାଟନ କରିଛନ୍ତି । ୨୦୦୩ ମସିହା ଜୁଲାଇ ୧୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭୁବନେଶ୍ୱର ଏମ୍ସର ଶିଳାନ୍ୟାସ କରିଥିଲେ । ତାଙ୍କ ସ୍ୱପ୍ନକୁ ପୂରା କରିବା ସହ ଭୁବନେଶ୍ୱର ଏମ୍ସର ଉନ୍ନତିକରଣ ଦିଗରେ ଆଉ ପାଦେ ଆଗକୁ ଗତି ହୋଇଛି ।
ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ ବେଳେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଅପିଲ କଲେ ହର୍ଷବର୍ଦ୍ଧନ । ଓଡ଼ିଶା ସରକାର ଆଉ ୨ଟି ମେଡିକାଲ କଲେଜ ପାଇଁ ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ର ସରକାର ଏହା ଉପରେ ବିଚାର କରି ନିଷ୍ପତି ନେବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ।