ଭୁବନ ଏନ.ଏ.ସି ଅନ୍ତର୍ଗତ ସେବା ସମବାୟ ସମିତିର ଧାନ ମଣ୍ଡି ଖୋଲିଲା

0

(ସର୍ବେଶ୍ୱର ପାତ୍ର)କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସି ଅନ୍ତର୍ଗତ ସେବା ସମବାୟ ସମିତିର ଧାନ ମଣ୍ଡି ଶ୍ରୀରାମ ମନ୍ଦିର ପରିସରରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟିତ କାର୍ଯ୍ୟକ୍ରମରେ ଭୁବନ ବିଡ଼ିଓ ଆଶ୍ରୀବାଦ ପରିଡ଼ା, ଯୋଗାଣ ନିରୀକ୍ଷକ ସୁନିତା ବେହେରା, ରାଜସ୍ବ ନିରୀକ୍ଷକ ଶ୍ରୀକାନ୍ତ ପରିଡା, ଭୁବନ ସମବାୟ ସମିତିର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ସମ୍ପାଦକ ମାତୃପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଚାଷୀଙ୍କ ଉଦେଶ୍ୟରେ ବିଡ଼ିଓ ନିଜର ଅଭିଭାଷଣରେ ମଣ୍ଡିରେ ଯେପରି କୌଣସି ଦଲାଲକୁ ପୁରାଇ ଦିଆନଯାଇ ସ୍ୱଚ୍ଛତା ଅବଲମ୍ବନ କରାଯିବ ଏବଂ ପ୍ରକୃତ ଚାଷୀ ନିଜର ଧାନ ବିକ୍ରି କରିପାରିବେ ତାଉପରେ ଗୁରୁତ୍ୱ ଦିଆଯିବ ।