ଭୟାବହ ଅଗ୍ନିକାଣ୍ଡ

0

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): କଟକ ଜିଲ୍ଲା ବାଙ୍କୀ ବ୍ଲକ ଅଧୀନ ବିଲି ତେନ୍ତୁଳିଆ ଗାଁରେ ଗତକାଲି ବିଳମ୍ଵିତ ରାତ୍ରିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଯାହାଫଳରେ ସେହି ଗାଆଁର ପ୍ରାୟ ୧୫ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି। ଏଥିରେ କୌଣସି ବ୍ୟକ୍ତି ପ୍ରାଣ ହରାଇ ନଥିବା ଜଣାଯାଇଛି । ତେବେ ଅଗ୍ନିକାଣ୍ଡର ସଠିକ କାରଣ ଏଯାବତ ଜଣା ପଡିନାହିଁ ।
ସୂଚନା ଯେ ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା । ସେପଟେ ୧୫ ବଖରା ପୋଡି ପାଉଁଶ ହୋଇଯାଇଥିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ସର୍ବହରା ହୋଇଛନ୍ତି ଉକ୍ତ ପରିବାର । ତେବେ ରାତି ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶାସନ ପହଞ୍ଚି ପାରିନ ଥିବା କୁଯାଉଛି । ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବି କରାଯାଇଛି।