(ରିପୋର୍ଟସ ଟୁଡେ /ମଧୁସ୍ମିତା ତ୍ରିପାଠୀ):
ଆବଶ୍ୟକୀୟ ସାମଗ୍ରୀ: କିମା ମଟନ ୫୦୦ ଗ୍ରାମ ,ହଳଦୀ ଗୁଣ୍ଡ , ଲଙ୍କା ଗୁଣ୍ଡ , ଗୋଲମରିଚ ଗୁଣ୍ଡ , ଅଦା ବଟା , ରସୁଣ ବଟା , ଚିଲି ସସ୍ , ଧନିଆ ଗୁଣ୍ଡ , ଅଦା ଗୁଣ୍ଡ , ମସ୍ତୁରୀ ମେଥି , ଧନୀଆ ପତ୍ର , ଦହି ଅଳ୍ପ, ଲୁଣ , ତେଲ
ପ୍ରସ୍ତୁତି ପ୍ରଣାଳି :
ପ୍ରଥମେ ଏକ ପାତ୍ରରେ କିମା ହୋଇଥିବା ମଟନ, ହଳଦୀ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଲୁଣ, ଅଦା ବଟା, ରସୁଣ ବଟା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ହାତରେ ସାମାନ୍ୟ ତେଲ ଲଗାଇ ଗୋଳାଇଥିବା ମଟନରୁ ଛୋଟ ଛୋଟ ବଲ୍ ଆକୃତିର କରନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ କିଛି ୩ ରୁ ୪କପ ପାଣି ଦିଅନ୍ତୁ। ଏହା ଭିତରେ ପ୍ରସ୍ତୁତ କରିଥିବା ବଲ ଆକୃତିର ମଟନକୁ ରଖି ଏକ ଘୋଡ଼ଣୀ ଘୋଡ଼ାଇ ୩୦ ମିନିଟ ଗ୍ୟାସରେ ବସାନ୍ତୁ। ୩୦ ମିନିଟ ପରେ ମଟନ ବଲ୍ ଗୁଡ଼ିକୁ ପାଣିରୁ ବାହାର କରି ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଏକ ପାତ୍ରରେ ଦହି ନେଇ ଏଥିରେ ଚିଲି ସସ, ସାମାନ୍ୟ ଲୁଣ, ଅଦାଗୁଣ୍ଡ , ରସୁଣ ବଟା, ଧନିଆ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ଅଳ୍ପ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଗ୍ୟାସରେ କଡ଼େଇ ବସାଇ ଗୋଟା ମସଲା (ଲବଙ୍ଗ, ଡ଼ାଲଚିନି, ଗୁଜୁରାତି ) ପକାଇ ଦହି ମିଶ୍ରଣକୁ ପକାଇ ଗୋଳାନ୍ତୁ। ଏଥିରେ ପୂର୍ବ ପ୍ରସ୍ତୁତ ହୋଇଥିବା ମଟନ ବଲ୍ କୁ ପକାଇ ୧୦ ମିନିଟ ଗ୍ୟାସରେ ବସାନ୍ତୁ। ୧୦ ମିନିଟ ପରେ ଏକ ପାତ୍ରକୁ କାଢି ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମଟନ କୋଫତା ତରକାରୀ।