ମଣ୍ଡିର ଅବ୍ୟବସ୍ଥା ପାଇଁ ରାଜ୍ୟସରକାର ହିଁ ଦାୟୀ : ରାଜ୍ୟ ସମ୍ପାଦକ

0

ଅନୁଗୋଳ/ ଜ୍ୟୋତିରଂଜନ ଧର : ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ବିଜିଗୋଳ ସେବା ସମବାୟ ସମିତିରେ ବିଜେପି ପକ୍ଷରୁ ମଣ୍ଡିଚାଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଣିହାଁ ମଣ୍ଡଳ ବିଜେପି ସଭାପତି ଦେବେନ୍ଦ୍ର ବାରିକଙ୍କ ନେତୃତ୍ୱରେ ଦଳୀୟ ରାଜ୍ୟ ସମ୍ପାଦକ ତଥା ତାଳଚେର ବିଧାନସଭା କ୍ଷେତ୍ରର ବରିଷ୍ଠ ବିଜେପି ନେତା କାଳନ୍ଦୀ ସାମଲ ଉକ୍ତ ମଣ୍ଡିକୁ ଆସି ଅନେକ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସରକାରଙ୍କ ପକ୍ଷରୁ ମଣ୍ଡିର ଚାଷିଙ୍କୁ ଅଖା ଓ ସୁତୁଲୀ ନମିଳିବା, କୁଇଣ୍ଟାଲ୍ ପିଛା ୩-୪ କିଲୋ ଧାନର କଟନୀ ଛଟନି କରିବାର ଅବ୍ୟବସ୍ଥା, ମିଲର ଓ ସମିତିର ସଲାସୁତରାରେ ଚାଷିଙ୍କୁ ଶୋଷଣ ନେଇ ଶ୍ରୀ ସାମଲ ରାଜ୍ୟ ସରକାରଙ୍କ କୃଷକ ଶୋଷଣ ନିତି ଆଉ ବରଦାସ୍ତ କରାଯିବ ନାହିଁ । ରାଜ୍ୟ ସରକାର ବିଜେଡି ପାଣ୍ଠିକୁ ବୃଦ୍ଧିାଇଁ ଚାଷିଙ୍କ କଷ୍ଟ ଉପାର୍ଜିତ ମିଲର ଓ ସୋସାଇଟ୍ ଜରୀଆରେ ସମଗ୍ର ରାଜ୍ୟର କୃଷକଙ୍କୁ ଲୁଟ୍ କରିବାରେ ବେଶ୍ ସିଦ୍ଧହସ୍ତ ଅଭିଯୋଗ ଆଣି ବର୍ଷିଥିଲେ । ଏନେଇ ତାଳଚେର ଉପଜିଲ୍ଲ।।ଳଙ୍କୁ ଫୋନ୍ ଦ୍ୱାରା ଘଟଣାସ୍ଥଳରୁ ମଣ୍ଡିରେ କୃଷକଙ୍କୁ କିଭଳି ହିନସ୍ତା ଭୋଗିବାକୁ ପଡୁଛି ସେସମ୍ପର୍କରେ ଅବଗତ କରିଥିଲେ । ଯୁବ ସଂଗଠକ ତଥା ସମାଜସେବୀ ସବ୍ୟସାଚୀ ପାଣି କୃଷକଙ୍କୁ ଶୋଷଣ ଏବେ ଚରମସୀମାରେ ପହଁଚିଗଲାଣି । କରୋନା ବିପତି ବେଳେ ଚାଷିଙ୍କ ଅର୍ଥକୁ ଲୁଟ୍ କରି ଦଳୀୟ ପାଣ୍ଠି ବୃଦ୍ଧିକରିବା ବିଜେଡି ସରକାର କଣ ବାର୍ତା ଦେଉଛନ୍ତି । ବିଜେଡି ସରକାର ଦୀର୍ଘ ୨୦ବର୍ଷ ହେଲାଣି ରାଜ୍ୟ ଚାଷିଙ୍କୁ ଲୁଟ୍ କରିଚାଲିଛି । ଆଗାମୀ ଦିନରେ ରାଜ୍ୟବାସୀ ଏହାର ଜବାବ୍ ଦେବେ । ସମୟ ଆସିଗଲାଣି କହି ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ କରିଥିଲେ । ବିଜେପି ଆନ୍ଦୋଳନ ମାଧ୍ୟମରେ ରାଜରାସ୍ତାରେ ଏହାର ଉଚିତ ଯବାବ ଦେବ ବୋଲି ବୋଲି ଚେତାଇଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ସଂଗଠକ ସବ୍ୟସାଚୀ , ବଡଗୁଣ୍ଡରୀ ସରଂଚ ଲୋକନାଥ ସାହୁ, ମିଡିଆସେଲ୍ ସଂଯୋଜକ ସୁଶାନ୍ତ ସାମଲ, ଜିଲ୍ଲା ବିଜେପି ୁବ ସଭାପତି ପ୍ରଶାନ୍ତ ନନ୍ଦ, ପ୍ରମୋଦ ଦାଶ, ପ୍ରାକ୍ତନ କଣିହାଁ ମଣ୍ଡଳ ସଭାପତି ଜଗନ୍ନାଥ ପ୍ରସାଦ ସାହୁ, ବିନୋଦ ଧୀର ପ୍ରମୁଖ ଅନ୍ୟ କାର୍ଯ୍ୟକର୍ତ୍ତା ସାମିଲ୍ ଥିଲେ ।