ମଦ ନେଲା ଚାକିରି

0

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ମାତାଲ ଶିକ୍ଷକ ସସପେଣ୍ଡ । କେନ୍ଦ୍ରାପଡା ଜିଲ୍ଲାର କିଆଯୋଡି ବ୍ଲକର ପ୍ରଧାନ ଶିକ୍ଷକ ରବି ନାରାୟଣ ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି । ସ୍କୁଲ ଟେବୁଲ ତଳେ ମଦ ବୋତଲ ଧରି ନିଶାସକ୍ତ ଅବସ୍ଥାରେ ମିଳିବା ପରେ ଗଣଶିକ୍ଷା ମନ୍ତ୍ରୀ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଏହାପରେ ଆଜି ତାଙ୍କୁ ସସପେଣ୍ଡ କରାଯାଇଛି । ବର୍ତ୍ତମାନ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରେ ରହିବେ । ଏହି ସମୟରେ ତାଙ୍କୁ ଅଧା ଦରମା ମିଳିବ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।