ମଧ୍ୟ ମାଳିରେ ନରସଂହାର: ୧୩୪ ଜଣଙ୍କ ମୃତ୍ୟୁ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମଧ୍ୟ ମାଲିର ଏକ ଗାଁରେ କିଛି ବନ୍ଧୁକଧାରୀ ନରସଂହାର କରିଛନ୍ତି । ଏହି ି ନରସଂହାରରେ ୧୩୪ ଜଣଙ୍କ ମୃ୍ତ୍ୟୁ ହୋଇଛି । ଶନିବାର ଭୋର ୪ଟା ସମୟରେ କିଛି ବନ୍ଧୁକଧାରୀ ମଧ୍ୟ ମାଲିର ଓଗସ୍ତା ଗୋଉ ଗାଁରେ ପସି ସେଠାର ଲୋକଙ୍କୁ ଘରିଯିବା ସହ ସେମାନଙ୍କ ଉପରକୁ ଆଖିବୁଜା ଗୁଳି କରିଥିଲେ । ସମସ୍ତ ହତ୍ୟାକାରୀ ପାରମ୍ପରିକ ଡୋଞ୍ଜୋ ସମ୍ପ୍ରଦାୟର ଶିକାରୀ ପୋଷାକ ପିନ୍ଧିଥିଲେ । ମୃତକଙ୍କ ମଧ୍ୟରେ ଶିଶୁ, ଗର୍ଭବତୀ, ବୃଦ୍ଧବୃଦ୍ଧା ମଧ୍ୟ ରହିଛନ୍ତି ।