ମନ୍ଦିର ହୁଣ୍ଡିରୁ ମିଳିଲା ଶହେ କୋଟିର ଚେକ୍

0

ଭାରତ: ମନ୍ଦିର ହୁଣ୍ଡିରୁ ମିଳିଲା ଶହେ କୋଟିର ଚେକ୍ । ଏଭଳି ଦାନର ଘଟଣା ବିଶାଖାପାଟନମର ଏକ ମନ୍ଦିରରେ ଦେଖିବାକୁ ମିଳିଛି । ବିଶାଖାପାଟନାମ୍ ସ୍ଥିତ ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ବାରୀ ଦେବସ୍ଥାନମ୍ ମନ୍ଦିର ହୁଣ୍ଡିରୁ ଏପରି ଚେକ୍ ମିଳିଛି । ମନ୍ଦିରକୁ ଅନେକ ସମୟରେ ଭକ୍ତମାନେ ଅନେକ କିଛି ଦାନ କରିଛନ୍ତି । ଟଙ୍କା, ସୁନା,ରୁପା ପରି ବହୁତ ସମୟରେ ବହୁତ କିଛି ଦାନ କରିଛନ୍ତି । କିନ୍ତୁ ଚେକ୍ ଦେବା ଭଳି ଘଟଣା ମନ୍ଦିର ପ୍ରଶାସନକୁ ଚକିତ କରିଛି ।
ମନ୍ଦିର ପ୍ରବନ୍ଧକ ଚେକ୍ କୁ ନେଇ ବ୍ୟାଙ୍କରେ ପହଞ୍ଚିଥିବାବେଳେ ବ୍ୟାଙ୍କ କର୍ମଚାରୀ ଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ୧୦୦ କୋଟିର ଚେକ୍ ପକାଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ଥିଲା ମାତ୍ର ୧୭ ଟଙ୍କା । ଆଉ ଏବେ ଏହି ଚେକ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।