(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଦୁଇ ଦୁଇ ଥର ବିବାହ କରି ମନ ଭରିନଥିଲା ଜନୈକ ଯୁବକଙ୍କର । ଏହା ପରେ ପୁଣି ତୃତୀୟ ବିବାହ ପାଇଁ ସେ ମାଟ୍ରିମୋନି ସାଇଟରେ ବିବାହ ପାଇଁ ନାମ ପଞ୍ଜିକରଣ କରିଥିଲେ । ଏହା ଦୁଇ ପତଃୀଙ୍କୁ ଜଣାପଡିବା ପରେ ବାବୁଙ୍କ ଉପରେ ହେଲା ନିର୍ଧୁମ ମାଡ । ଏବେ ଏହି ମାଡର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।
ସୂଚନା ଅନୁଯାୟୀ, ତାମିଲନାଡୁର ନେହରୁ ନଗରରେ ବାସକରୁଥିବା ଦୀନେଶ (୨୬) ରସିପାଲାୟମ୍ରେ ଏକ ବେସରକାରୀ ସଂସ୍ଥାରେ କାମ କରନ୍ତି। ସେ ୨୦୧୬ରେ ତ୍ରିପୁରାରେ ବିବାହ କରିଥିଲେ । କିନ୍ତୁ ତାଙ୍କୁ ନାନା ନିର୍ଯାତନା ଦେବାରୁ ସେ ବାପାଙ୍କ ଘରକୁ ଚାଲିଗଲେ । ପରେ ଅନ୍ୟ ଜଣେ ସ୍ୱାମୀ ପରିତ୍ୟକ୍ତା ଯୁବତୀଙ୍କୁ ୨୦୧୯ ଏପ୍ରିଲରେ ବିବହା କରିଥିଲେ । କିନ୍ତୁ ତାଙ୍କୁ ଯୌତୁକ ପାଇଁ ମାଡଗାଳି ଦେବାକରୁ ସେ ମଧ୍ୟ ଦୀନେଶଙ୍କୁ ଛାଡି ଚାଲିଗଲେ । ଏହାପରେ ଦୀନେଶ ତୃତୀୟ ବିବାହ ପାଇଁ ମାଟ୍ରିମୋନି ସାଇଟରେ ରେଜିଷ୍ଟ୍ରେସନ କରିଥିଲେ । ଏହି ଖବର ଜାଣିବା ପରେ ଉଭୟ ପୂର୍ବତନ ପତ୍ନୀ ସେମାନଙ୍କ ସମ୍ପର୍କୀୟଙ୍କୁ ନେଇ ଦୀନେଶଙ୍କ ଅଫିସ ଆଗରେ ଅପେକ୍ଷା କରିଥିଲେ । ଦୀନେଶ ଅଫିସରୁ ବାହାରିବା ମାତ୍ରେ ଆରମ୍ଭ ହୋଇଗଲା ବିଧା, ଚାପୁଡା । ଏପରିକି ଚପଲରେ ମାରିବାକୁ ପଛେଇନଥିଲେ ଦୁଇ ପତ୍ନୀ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।