(ରିପୋର୍ଟସ ଟୁଡେ) ବଲିଉଡ୍ କୁଇନ୍ ଦୀପିକା ପାଦୁକୋନ ବିବାହ ପରେ ଏବେ ପୁଣିଥରେ ଶୁଟିଂସେଟ୍କୁ ଫେରିବାକୁ ଯୋଜନା କରୁଛନ୍ତି। ତେବେ ବେଶ୍ କିଛିଦିନ ହେବ ଚର୍ଚ୍ଚାରେ ଥିବା ଆମିର ଖାଁଙ୍କ ଫିଲ୍ମ ‘ମହାଭାରତ’ରେ ସେ ଅଭିନୟ କରିବେ ନାହିଁ ବୋଲି ଜଣାପଡିଛି। ଏହି ଫିଲ୍ମରେ ତାଙ୍କୁ ଦ୍ରୌପଦୀ ଭୂମିକାରେ ଅଭିନୟ କରିବାର ଥିଲା। ହେଲେ ସେ କୁଆଡେ ଏହି ଚରିତ୍ରରେ ଅଭିନୟ କରିବେ ନାହିଁ ବୋଲି ମନା କରିଦେଇଛନ୍ତି। କିନ୍ତୁ କାହିଁକି ସେ ଏହି ଚରିତ୍ରରେ ଅଭିନୟ କରିବେ ନାହିଁ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁଯାୟୀ, ଦୀପିକା ନିକଟରେ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି। ଏହି ଫିଲ୍ମ ଏସିଡ୍ ଆଟାକ୍ ପୀଡିତା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ବାୟୋପିକ୍ ବୋଲି କୁହାଯାଉଛି।