ଓ୍ଵାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ବିରୁଦ୍ଧରେ ଆସିଥିବା ମହାଭିଯୋଗକୁ ସିନେଟ୍ ଖଣ୍ଡନ କରି ଟ୍ରମ୍ପଙ୍କୁ ଗତକାଲି ଦୋଷମୁକ୍ତ ଘୋଷଣା କରିଛି। ଦ୍ୱିତୀୟ ଥର ଲାଗି ରାଷ୍ଟ୍ରପତି ଆଶାୟୀ ଟ୍ରମ୍ପ୍ଙ୍କୁ ରିପବ୍ଲିକାନ୍ ପାର୍ଟି ବହିଷ୍କୃତ ହେବାରୁ ରକ୍ଷା କରିଥିବା ସୂଚନା ମିଳିଛି।
ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଜନ୍ ରବର୍ଟସ୍ଙ୍କ ଅଧ୍ୟକ୍ଷତାରେ ଏହି ବିଚାର ବୈଠକ ବସିଥିଲା। ଭୋଟ ମାଧ୍ୟମରେ ଏହି ବିଚାର ହେଉଥିବାବେଳେ ସିନେଟ ର ସମସ୍ତ ସଭ୍ୟ ଏଥିରେ ମତଦାନ କରିଥିଲେ। ଭୋଟ୍ ଗଣନା କରାଯିବା ପରେ ‘ଟ୍ରମ୍ପ୍ ସମସ୍ତ ଅଭିଯୋଗରୁ ଦୋଷମୁକ୍ତ’ ବୋଲି ମୁଖ୍ୟ ବିଚାରପତି ଘୋଷଣା କରିଥିଲେ। ଟ୍ରମ୍ପ୍ଙ୍କ ସପକ୍ଷରେ ୫୨ ଖଣ୍ଡ ଓ ବିପକ୍ଷରେ ୪୮ ଖଣ୍ଡ ଭୋଟ୍ ମିଳିଥିବା ଜଣାପଡିଛି।