(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରଥ ନିର୍ମାଣ କରୁଥିବା ମହାରଣାଙ୍କର କରୋନା ଟେଷ୍ଟ କରାଯିବ । ମହାରଣା ସେବାୟତଙ୍କୁ ବସ ଯୋଗେ ରଥ ଖଳାକୁ ନିଆଯିବ । ସେବାୟତମାନଙ୍କର ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ୧୫୦ରୁ ଅଧିକ ମହାରଣା ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ସମସ୍ତଙ୍କୁ ୨ଟି ଭକ୍ତ ନିବାସରେ ରଖାଯିବ ସହ ଖାଦ୍ୟ ବ୍ୟବସ୍ଥା କରାଯିବ । ସେବାୟତ ଓ ମହାରଣା ସେବାୟତଙ୍କ ସହ ଏନେଇ ଆଲୋଚନା କରାଯାଇଛି । ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏହା ସହ ଗଣମାଧ୍ୟମ ପ୍ରତିନିଧି ରଥଖଳାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।