(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ପାଟୁଳିସାହି ଗ୍ରାମର ଜଣେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି । ମୃତ୍ୟୂର କାରଣ ଅସ୍ପଷ୍ଟ ରହିଛି ଓ ସୂଚନାଅନୁଯାୟୀ, ପାଟୁଳିସାହି ଗ୍ରାମର ମହେଶ୍ଵର ଖଣ୍ଡୁଆଳଙ୍କର ଧର୍ମ ପତ୍ନୀ ରୀତା ଖଣ୍ଡୁଆଳ ଗତକାଲି ରାତିରେ ଖାଇ ସାରିବା ପରେ ହଠାତ ତାଙ୍କ ଦେହ ଖରାପ ହୋଇଥିଲା ଓ ତେଣୁ ସ୍ୱାମୀ ମହେଶ୍ଵର ରୀତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ ଓ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରୀତା ଖଣ୍ଡୁଆଳଙ୍କର ମୃତ୍ୟୁ ଘଟିଥିଲା ଓ ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ରୀତାଙ୍କ ଶବ ହସ୍ତାନ୍ତର କରାଯାଇଥିଲା ଓ ଏନେଇ ରୀତାଙ୍କ ସ୍ୱାମୀ ବେଲଗୁଣ୍ଠା ଫାଣ୍ଡିରେ ଜଣାଇଥିଲେ ଓ ଘଟଣା ସମ୍ପର୍କରେ କେସ୍ ନମ୍ବର୍ ୭୦/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ବେଲଗୁଣ୍ଠା ଫାଣ୍ଡି ତରଫରୁ କୁହାଯାଇଛି ।