(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଗଂଜାମ ଜିଲ୍ଲା ସୋରଡ଼ା ଥାନା ଜାତରମା ଗ୍ରାମ ନିକଟ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର।ମୃତ୍ୟୁର କାରଣ ଅସ୍ପଷ୍ଟ।ମୃତ ମହିଳା ଜଣକ ହେଲେ ଗୋଛା ଗ୍ରାମର ଲକୀ ସାହୁ।ସେ ପଦ୍ମନାଭ ସାହୁଙ୍କ ପୁଅ ମନୋଜକୁ ଦୁଇ ବର୍ଷ ତଳେ ବିବାହ କରିଥିଲେ।ଗତ ତେର ତାରିଖ ବିଳମ୍ବିତ ରାତିରେ କୌଣସି କାରଣରୁ ଘରୁ କୁଆଡେ ଚାଲିଯାଇଥିଲେ।ଆଜି ତାଙ୍କ ମୃତଦେହ ନିକଟସ୍ଥ ଗାଁ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପାଣିରୁ ଉଦ୍ଧାର କରିଛି।ଘଟଣାସ୍ଥଳରେ ସୋରଡ଼ା ପୋଲିସ ପହଂଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡିବ ।