(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ମଛାଳୋ ଛକ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାଯାଇଛି। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ମୃତ ମହିଳା ହେଉଛନ୍ତି ଘସିପୁରା ଥାନା କେଶଦୁରାପାଳ ଗ୍ରାମର ସୁକାନ୍ତ ପୃଷ୍ଟିଙ୍କ ପତ୍ନୀ ରାନୁରାଣୀ ପୃଷ୍ଟି ।
ସୂଚନାନୁସାରେ ରାନୁରାଣୀ ଅଢ଼େଇବର୍ଷ ତଳେ କେଶଦୁରାପାଳ ଗ୍ରାମରେ ବିବାହ କରିଥିଲେ। ପାରିବାରିକ ମନୋମାଳିନ୍ୟ ଯୋଗୁଁ ଗତ କିଛି ମାସ ହେବ ବାପଘରେ ରହୁଥିଲେ । ଗତ ୧୮ତାରିଖରୁ ସେ ହଠାତ୍ ନିଖୋଜ ହୋଇ ଯାଇଥିଲେ। ବାପଘର ପକ୍ଷରୁ ଏନେଇ ଘସିପୁରା ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ତେବେ ଆଜି ମଛାଳୋ ଛକ ନିକଟରେ ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବରପାଇ ରାମଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଥିଲେ। ଏନେଇ ଖବରପାଇ ମହିଳାଙ୍କ ପରିବାର ଲୋକେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତ କରିଥିଲେ । ଏଯାବତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ସତ୍ୟା ସତ୍ୟ ଜଣାପଡିବ ବୋଲି ରାମଚନ୍ଦ୍ରପୁର ଥାନା ଅଧିକାରୀ ରାଜେନ୍ଦ୍ର କୁମାର ସ୍ବାଇଁ ପ୍ରକାଶ କରିଛନ୍ତି।