(ରିପୋର୍ଟରସ ଟୁଡେ/ମୁମ୍ବାଇ): ମହାରାଷ୍ଟ୍ରର ଖୋପୋଲିଠାରେ ଏକ ଭୟଙ୍କର ଅପରାଧ ଘଟିଥିବା ଜାଣିବାକୁ ମିଳିଛି। ଜଣେ ପୁରୁଷଙ୍କୁ ଜଣେ ମହିଳା ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ପୁରୁଷ ଜଣକ ଉକ୍ତ ମହିଳାଙ୍କ ୪ ବର୍ଷର ଝିଅକୁ ହାଣି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁରୁଷ ଜଣକ ଶାରୀରିକ ଆକର୍ଷଣର ଶିକାର ହୋଇ ନିଜର ସବୁ ସୀମା ଭୁଲି ଯାଇ କେବଳ ଝିଅଟିକୁ ହତ୍ୟା କରି ନାହିଁ ବରଂ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିବା ପରି ନୃଶଂସ କାଣ୍ଡ କରିଥିବା ଜାଣିବାକୁ ମିଳିଛି।ରାୟଗଡ଼ ଜିଲ୍ଲାର ଖୋପାଲିର ଏହି ୪ ବର୍ଷୀୟା ନାବାଳିକାଟି ମଙ୍ଗଳବାର ସକାଳୁ କେଉଁଆଡ଼େ ନିଖୋଜ ଥିଲେ। ଝିଅଟି ନ ମିଳିବାରୁ ତା’ ବାପାମାଆ ତାକୁ ଖୋଜିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଶେଷରେ ସେ ପୁଲିସ୍ରେ ଏକ ଅଭିଯୋଗ ଲେଖାଇଥିଲେ। ବୁଧବାର ସକାଳୁ ପୁଲିସ୍ ଟିମ୍ ଝିଅଟିକୁ ଖୋଜିବାରେ ଲାଗି ପଡ଼ିଥିଲା। ଶେଷରେ ପୁଲିସ୍ ଝିଅଟିର ମୃତ ଶରୀରକୁ ତାଙ୍କ ଘର ନିକଟସ୍ଥ ଏକ ବୁଦାରୁ ପାଇଥିଲା। ନାବାଳିକାର ମୃତଦେହ ଜବତ କରିବା ପରେ ପୁଲିସ୍ ଅଭିଯୋଗରେ ଲେଖାଯାଇଥିବା ୩୫ ବର୍ଷିଅ ସନ୍ଦିଗ୍ଧ ଯୁବକକୁ ପଚରାଉଚରା କରିଥିଲା। ବ୍ୟକ୍ତି ଜଣକ ନିଜ ମୁହଁରେ ଅପରାଧ ସ୍ୱୀକାର କରିଥିବା ଜାଣିବାକୁ ମିଳିଛି।