ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ଵାରା ସଫେଇ କାର୍ଯ୍ୟକ୍ରମ

0

(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଶ୍ରୀ ସିଦ୍ଧ ବଳରାମ ଦେବ ମିଳତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ବ୍ଳକ ପରିସର ଓ ଅଠେଇଶ ଗ୍ରାମ୍ୟ ରାସ୍ତା ଓ ବଳରାମ ପୀଠ ସଫେଇ କରିଥିଲେ । ଉକ୍ତ ଗୋଷ୍ଠୀର ସଭାନେତ୍ରୀ ଭାବେ ସତ୍ୟଭାମା ବେହେରା, ସମ୍ପାଦିକା ସୁକାନ୍ତି ପ୍ରଧାନ ଓ ସୁକାନ୍ତି ବାରିକଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୨୦୧୯ ବର୍ଷକୁ ବିଦାୟ ଦେଇ ନୂତନ ୨୦୨୦ ବର୍ଷରେ ନୂତନ କାର୍ୟ୍ୟ କରିବା ପାଇଁ ମହିଳା ଗୋଷ୍ଠୀ ମାନଙ୍କୁ ଏକାଠି କରିଥିବା ତଥା ଏହି କାର୍ୟ୍ୟକ୍ରମକୁ ଆୟୋଜକ ଥିଲେ ଗ୍ରାମ୍ୟ କୃଷି ବିକାଶ ପରିଷଦ କୋଷାଧ୍ୟକ୍ଷା ସଂଜୁକ୍ତା ପାହାନ୍ତାସିଂ । ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୁବ ଚରଣ ଦାଶ ଓ ଦୁଗଲ ପଞ୍ଚାୟତର ପ୍ରକାଶ ଖଟେଇ ସ୍ୱଚ୍ଛ ଭାରତ କାର୍ୟ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ୟ୍ୟକ୍ରମର ୧୪ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ସଫେଇ କରିବା ସହ ସ୍ୱଚ୍ଛ ଭାରତ ସବୁଜ ଭାରତ, ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଆଦି ସ୍କେଗାନ ଦେଇ ସଫେଇ କରିଥିଲେ । ଏହି ଅବସରରେ ଅଠେଇଶ ଗ୍ରାମରେ ଥିବା ବଳରାମପୀଠରେ ଏକ ସଭାର ଆୟୋଜନ କରାଯାଇଥିଲା । ଅତିଥି ଭାବେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତି ରାଜ୍ୟ ସରକାରଙ୍କ ମହିଳା ମାନଙ୍କ ପାଇଁ ଥିବା ସୁବିଧା ସମ୍ପର୍କରେ ମତ ରଖିଥଲେ । ବିଜେଡି ସରକାରଙ୍କ ସମୟରେ ମହିଳା ମାନଙ୍କୁ ଆଗକୁ ଆଣିଥିବା ସରକାର ହେଉଛନ୍ତି ବିଜେଡି ସରକାର ବୋଲି ଜିଲ୍ଲା ପରିଷଦସଭ୍ୟ ମାନେ କହିଥିଲେ । ଏଥିରେ ଗ୍ରାମ୍ୟ କୃଷି ବିକାଶ ପରିଷଦର ସାଧାରଣ ସମ୍ପାଦକ ପ୍ରତାପ କୁମାର ପାହାନ୍ତାସିଂ ସଭା ପରିଚାଳନା କରିଥିଲେ।