(ରିିପୋର୍ଟସ ଟୁଡ଼େ / ସରୋଜ କୁମାର ରାଉତ ): ମହୀପୁରବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଛି । ନୟାଗଡ଼ ଟାଉନ ଷ୍ଟେସନରୁ ମହୀପୁରକୁ ଗଡ଼ିଲା ଖୋର୍ଦ୍ଧା-ନୟାଗଡ଼ ପାସେଞ୍ଜର ଟ୍ରେନ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଲୋକାର୍ପଣ କରିଛନ୍ତି ।
ଦୀର୍ଘଦିନ ଧରି ମହୀପୁରରେ ରେଳ ଯୋଗାଯୋଗ ପାଇଁ ଦାବି ଆଜି ପୂରଣ ହୋଇଛି । ପୂର୍ବରୁ ପରୀକ୍ଷାମୂଳକଭାବେ ନୟାଗଡ଼ରୁ ମହୀପୁର ପର୍ୟ୍ୟ ନ୍ତ ୧୨କିମି ଟ୍ରେନ ଇଞ୍ଜିନ ଚଲାଯାଇଥିଲା । ତେବେ ଆଜି ନୟାଗଡ଼ରୁ ମହୀପୁରକୁ ଟ୍ରେନ ସେବା ଅଞ୍ଚଳବାସୀଙ୍କ ସ୍ୱପ୍ନ ପୂରଣ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭ ଉଦଘାଟନ କରିଛନ୍ତି । ୨ଟି ପାସେଞ୍ଜର ଟ୍ରେନ ମହୀପୁରକୁ ଚଳାଚଳ କରିବ ।